ଭାରତୀୟ ଲୋକଙ୍କ ଡେବିଟ ଓ କ୍ରେଡିଟ କାର୍ଡ ଅସୁରକ୍ଷିତ : ବିକ୍ରି ହେଉଛି ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ : ପୁଣି ଭାରତରେ ବ୍ୟବହାର କରାଯାଉଥିବା ଲକ୍ଷଲକ୍ଷ ଡେବିଟ ଓ କ୍ରେଡିଟ କାର୍ଡକୁ ନେଇ ସଙ୍କଟ ଦେଖାଦେଇଛି। ୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଡେବିଟ ଓ କ୍ରେଡିଟ କାର୍ଡର ସୂଚନା ଡାର୍କ ନେଟରେ ବିକ୍ରି ହେଉଥିବା ଜଣାପଡ଼ିଛ। ଏହି ସୂଚନା ସିଙ୍ଗାପୁରର ଏକ ସାଇବର ସିକ୍ୟୁରିଟୀ କମ୍ପାନୀ ଗ୍ରୁପ -ଆଇବି ଦେଇଥିବା ଜଣାପଡ଼ିଛି।

ଗ୍ରୁପ –ଆଇବି ଏକ ରିପୋର୍ଟରେ ୪ଲକ୍ଷ ୬୧ ହଜାର ୯୭୬ ଜଣଙ୍କ ଡେବିଟ ଓ କ୍ରେଡିଟ କାର୍ଡର ସୂଚନା ଡାର୍କ ଓ୍ବେବରେ ବିକ୍ରି ହେଉଥିବା ତଥ୍ୟ ପ୍ରଦାନ କରିଛି। କାର୍ଡ ନମ୍ବର ସହିତ ସିଭିଭି ନମ୍ବର ମଧ୍ୟ ଦିଆଯାଉଛି। ଏହାପରେ ସେ ଗ୍ରୁପ- ଆଇବି ଇଣ୍ଡିଆନ କମ୍ପ୍ୟୁଟର ଇମରଜେନସି ଟିମ ବା ସିଇଆରଟି ଇନକୁ ଜଣାଇଛି। ନେଟରେ ଏହି ସୂଚନାକୁ ୪.୨ ମିଲିୟନ ବା ୩୦ କୋଟିରୁ ଉଦ୍ଧ୍ବ ମୂଲ୍ୟରେ ବିକ୍ରି କରାଯଉଥିବା ଜଣାପଡ଼ିଛି। କିନ୍ତିୁ ଭାରତୀୟ ଲୋକଙ୍କ ଏହି  କ୍ରେଡିଟ ଓ ଡେବିଟ କାର୍ଡର ତଥ୍ୟ କିପରି ଚୋରିହେଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

ଗ୍ରୁପ-ଆଇବିର ସୂଚନା ମୁତାବକ, ଡାର୍କନେଟରେ ମିଳୁଥିବା ଡେବିଟ ଓ କ୍ରେଡିଟ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ମିଳୁଛି। ଏହି କାର୍ଡର ବୈଧତା , ସିଭିଭି ନମ୍ବର, କାହା ନାଁ ରେ କାର୍ଡ ଆଛି ଓ କାର୍ଡରେଥିବା ନାମ ଅନୁସାରେ ସେମାନଙ୍କର ଘରର ଠିକଣା, କାର୍ଡରେ ପଞ୍ଜିକୃତ ହୋଇଥିବା ଇ-ମେଲ, ମୋବାଇଲ ନମ୍ବର ସମସ୍ତ ତଥ୍ୟ ଦିଆଯାଉଛି। ଏ ନେଇ  ମହାରାଷ୍ଟ୍ରର ସାଇବର ପୁଲିସର ଏସିପି ବାଲାସିଂ ରାଜପୁତ କହିଛନ୍ତି ସତର୍କ ସୂଚନା ଜାରି କରାଯିବ, ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି।

ଏହା ପ୍ରଥମ ଘଟଣା ନୁହେଁ , ଏହା ପୂର୍ବରୁ ୨୦୧୯ ମସିହା ନଭେମ୍ବର ମାସରେ ୧୩ ଲକ୍ଷ ଲୋକଙ୍କ କ୍ରେଡିଟ ଓ ଡେବିଟ କାର୍ଡର ତଥ୍ୟ ଚୋରି ହୋଇଥିଲା।  ଏହାପରେ ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆ ସମସ୍ତ ବ୍ୟଙ୍କକୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ହ୍ୟାକିଂରୁ ବଞ୍ଚିବା ପାଇଁ ଉପାୟ :

୧- ଏହି ହ୍ୟାକିଂରୁ ବଞ୍ଚିବା ପାଇଁ ପ୍ରଥମେ ସପିଙ୍ଗ ଓ୍ବେବାସାଇଟର ପେମଟ ଓ୍ବାଲେଟରେ ଲିଙ୍କଥିବା କର୍ଡଟିକୁ କାଟିବାକୁ ପଡ଼ିବ।

୨- ଏହାପରେ କାର୍ଡରେ ଦେଇଥିବା ପିନକୁ ଚେଞ୍ଚ କରନ୍ତୁ।

୩- ମେଲ ବା ମେସଜରେ ଆସୁଥିବା କୌଣସି ଲିଙ୍କକୁ କ୍ଲିକ କରନ୍ତୁ ନାହିଁ।

୪ – କୌଣସି ନ ଜଣିଥିବା ଓ୍ବେବସାଇଟରେ ଯାଇ କିଛି କିଣନ୍ତୁ ନାହିଁ।

୫ -ଏହା ସହ କାର୍ଡଟି ଲିଙ୍କଥିବା ଜମାଖାତାରେ ବେସି ଟଙ୍କା ରଖନ୍ତୁ ନାହିଁ।

Comments are closed.