ଧାନ ମଡାଉଥିବାବେଳେ ଅଘଟଣ, ଥ୍ରେସର ମେସିନରେ ଟ୍ରାକ୍ଟର ଚାଳକଙ୍କ କଟିଗଲା ହାତ

ଦେବଗଡ଼ :ବାରକୋଟ ଥାନା ଅନ୍ତର୍ଗତ ରାଇତାବାହାଳ ଗ୍ରାମପଞ୍ଚାୟତର ତେଲିମୁଣ୍ଡା ଗ୍ରାମରେ ମଙ୍ଗଳବାର ଥ୍ରେସର ମେସିନ ଦ୍ୱାରା ଧାନ ମଡାଉଥିବା ବେଳେ ଜଣେ ଟ୍ରାକ୍ଟର ଚାଳକର ହାତ କଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧ଟା ସମୟରେ ତେଲିମୁଣ୍ଡା ଗ୍ରାମର ବିନୋଦ ସାହୁଙ୍କ ଖଳାରେ ଟ୍ରାକ୍ଟର ଯୋଗେ ଥ୍ରେସର ମ୍ୟାସିନ ଖଞ୍ଜାଯାଇ ଧାନ ମଡାଯାଉଥିଲା। ଏହି ସମୟରେ ପୁରୁଣାପାଣି ଗ୍ରାମର ଟ୍ରାକ୍ଟର ଡ୍ରାଇଭର ରାଜକୁମାର ଯାଦବ(୩୨) ମେସିନରେ  ଧାନବିଡା ଭର୍ତି କରୁଥିବା ବେଳେ ତାଙ୍କର ଡାହାଣ ହାତଟି ଥ୍ରେସର ମେସିନ ଭିତରେ ପଶିଯାଇ ଦୁଇଖଣ୍ଡ ହୋଇଯାଇଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ରାଜକୁମାରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ବାରକୋଟ ଡାକ୍ତରଖାନାରେ ଭର୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦଆଯାଇଛି। ଆହତ ରାଜକୁମାର ଦୀର୍ଘ ବର୍ଷ ହେଲା ଝାରଖଣ୍ଡ ରାଜ୍ୟର ପୋଲାମୁ ଜିଲାରୁ ଆସି ବାରକୋଟ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ରହିବା ସହ ଗରଗଡ ବାହାଳ ଗ୍ରାମର ତୀର୍ଥ ପ୍ରଧାନଙ୍କ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

 

 

 

 

 

 

ଧାନ ମଡାଉଥିବାବେଳେ ଥ୍ରେସର ମ୍ୟାସିନରେ ଟ୍ରାକ୍ଟର ଡ୍ରାଇଭରଙ୍କ ହାତକଟିଲା
(ଫଟୋ)
ଦେବଗଡ଼,୨୪/୧୧(ନି.ପ୍ର):ବାରକୋଟ ଥାନା ଅନ୍ତର୍ଗତ ରାଇତାବାହାଳ ଗ୍ରାମପଞ୍ଚାୟତର ତେଲିମୁଣ୍ଡା ଗ୍ରାମରେ ଆଜି ଥ୍ରେସର ମ୍ୟାସିନ ଦ୍ୱାରା ଧାନ ମଡାଉଥିବା ବେଳେ ଜଣେ ଟ୍ରାକ୍ଟର ଚାଳକର ହାତ କଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧ଟା ସମୟରେ ତେଲିମୁଣ୍ଡା ଗ୍ରାମର ବିନୋଦ ସାହୁଙ୍କ ଖଳାରେ ଟ୍ରାକ୍ଟର ଯୋଗେ ଥ୍ରେସର ମ୍ୟାସିନ ଖଞ୍ଜାଯାଇ ଧାନ ମଡାଯାଉଥିଲା। ଏହି ସମୟରେ ପୁରୁଣାପାଣି ଗ୍ରାମର ଟ୍ରାକ୍ଟର ଡ୍ରାଇଭର ରାଜକୁମାର ଯାଦବ(୩୨) ମ୍ୟାସିନରେ ଧାନବିଡା ଭର୍ତୀ କରୁଥିବା ବେଳେ ତାଙ୍କର ଡାହାଣ ହାତଟି ଥ୍ରେସର ମ୍ୟାସିନ ଭିତରେ ପଶିଯାଇ ଦୁଇଖଣ୍ଡ ହୋଇଯାଇଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ରାଜକୁମାରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ବାରକୋଟ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦଆଯାଇଛି। ଆହତ ରାଜକୁମାର ଦୀର୍ଘ ବର୍ଷ ହେଲା ଝାରଖଣ୍ଡ ରାଜ୍ୟର ପୋଲାମୁ ଜିଲାରୁ ଆସି ବାରକୋଟ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ରହିବା ସହ ଗରଗଡ ବାହାଳ ଗ୍ରାମର ତୀର୍ଥ ପ୍ରଧାନଙ୍କ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

 

Comments are closed.