ବାପା କଟୁରୀ ଚୋଟରେ ପୁଅର ମୃତ୍ୟୁ

ଦେବଗଡ଼: ମଦ୍ୟପ ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଶି ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ଗୁଣ୍ଡୁରିପୋଶି ଗ୍ରାମର ଗୋଲବାଦନ ପାତ୍ର(୩୨)ଘରେ ଶୋଇଥିବା ବେଳେ ତାଙ୍କ ବାପା ମୁଚି ପାତ୍ର ନିଶାଶକ୍ତ ଅବସ୍ଥାରେ ସେଠାକୁ ଆସି ତାଙ୍କୁ ନିଦରୁ ଉଠାଇବା ସହ ଗାଳି ଗୁଲଜ କରିଥିଲା । ଫଳରେ ଉଭୟ ବାପ -ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ବାପା ମୁଚି ଘରେ ଥିବା ଏକ କଟୁରୀ ସାହାଯ୍ୟରେ ପୁଅ ଗୋଲବଦନଙ୍କୁ ଅତର୍କୀତ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ଗୋଲବଦନଙ୍କର ମୃତ୍ୟୁ ଘଟିଥିଲା । ଗୋଲବଦନଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ମୁଚି ଘଟଣା ସ୍ଥଳରେ କଟୁରୀଟିକୁ ଫିଙ୍ଗି  ଦେବଗଡ ଥାନାରେ ଆତ୍ମ ସମର୍ପଣ କରିଥିଲା । ପରେ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଲବଦନଙ୍କ ମୃତଦେହ ଏବଂ ହତ୍ୟା କାଣ୍ଡରେ ବ୍ୟବହୃତ କଟୁରୀଟିକୁ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ନିମନ୍ତେ ସାଇଂଟିଫିକ ଟିମର ସହାୟତା ନିଆଯାଇଛି ।

Comments are closed.