ଭାତ ଗାଳୁଥିବାବେଳେ ନିଆଁରେ ପୋଡି ମହିଳା ମୃତ

ଦେବଗଡ :ଦେବଗଡ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗ୍ରାମରେ ଗତକାଲି ରାତ୍ରିରେ ଭାତ ଗାଳୁଥିବା ସମୟରେ ନିଆଁରେ ପୋଡି ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସାମନ୍ତ୍ରାପାଲି ଗ୍ରାମର ବୁଧିଆ କିସାନଙ୍କ ସ୍ତ୍ରୀ ସୁକାନ୍ତି କିସାନ(୪୦)ଅନ୍ୟଦିନ ମାନଙ୍କ ଭଳି ଗତକାଲି ରାତ୍ରି ପ୍ରାୟ ସାଢେ ୮ଟା ସମୟରେ ନିଜ ଘରେ ଚୂଲିରେ ଭାତ ରାନ୍ଧିଥିଲେ। ତେବେ ଉକ୍ତ ଚୂଲିରେ ହିଁ ସେ ଭାତ ଗାଳୁଥିବା ସମୟରେ ଚୂଲି ନିଆଁ ତାଙ୍କର ସାଢିରେ ଲାଗିଯାଇ ସମଗ୍ର ଶରୀରକୁ ବ୍ୟାପିଯାଇଥିଲା। ଫଳରେ ସୁକାନ୍ତି ଗୁରୁତର ଭାବେ ପୋଡିଯାଇଥିଲେ। ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ଡାକ୍ତରଖାନା ନେବା ସମୟରେ ଗତକାଲି ରାତ୍ରି ପ୍ରାୟ ୧୧ ଟା ସମୟରେ ତାଙ୍କର ମୃତ୍ୟୂ ଘଟିଥିଲା। ସୂଚନା ପାଇ ଦେବଗଡ ଥାନା ପୁଲିସ ଏନେଇ ଏକ ମାମଲା ଋଜୁକରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ଜଣାପଡିଛି।