ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ; ପୁଲିସର ତଦନ୍ତ ଆରମ୍ଭ

ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ଏଚ୍‌ ସାରସ୍ବତଙ୍କୁ ମଧ୍ୟ ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିଛି। ଏହି ଚିଠି ମିଳିବା ପରେ ପୁଲିସ ସତର୍କ ହୋଇ ତଦନ୍ତ ଆରମ୍ଭ କରିଛି। ଏଥି ସହିତ ଏଚ୍ ସାରସ୍ୱତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି। ସୂଚନା ମୁତାବକ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ସଲମାନଙ୍କ ଓକିଲଙ୍କୁ ଏହି ଧମକ  ମିଳିଛି।


ଚିଠିରେ ଲେଖାଯାଇଛି ଯେ, ଓକିଲଙ୍କ ଅବସ୍ଥା ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ଭଳି ହେବ। ଏହା ସହିତ ଚିଠିରେ ଜିବି, ଏଲବି ମଧ୍ୟ ଲେଖାଯାଇଛି। ଏହା ଗୋଲ୍ଡି ବରାର ଏବଂ ଲରେନ୍ସ ବିଷ୍ଣୋଇଙ୍କ ସାଂକେତିକ ନାମ ବୋଲି କୁହାଯାଉଛି।

Comments are closed.