୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀକୁ ଫାଶୀଦଣ୍ଡ

କେନ୍ଦୁଝର: ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସୁନୀଲ ନାଏକକୁ ଗୁରୁବାର ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଛି। ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‍ ଲୋକନାଥ ସାହୁ ଏହି ଦଣ୍ଡାଦେଶ ଦେଇଛନ୍ତି। ପୋକ୍ସୋ ଆଇନ୍‍ ଆଧାରରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏଡିଜେ ଏହି ରାୟ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ମସିହାରେ ଚମ୍ପୁଆ ଥାନା ଅଧିନସ୍ଥ ଶଶାଙ୍ଗ ଗ୍ରାମରେ ସୁନୀଲ ସମ୍ପୃକ୍ତ ୩ ବର୍ଷୀୟା ଶିଶୁକୁ ତା’ର ପିତା ମାତା ଘରେ ନ ଥିବା ବେଳେ ନିକଟସ୍ଥ ସ୍କୁଲ ଖେଳ ପଡ଼ିଆକୁ ଉଠାଇ ନେଇ ଦୁଷ୍କର୍ମ କରିବାରେ ପରେ ତାକୁ ହତ୍ୟା କରିଥିଲା। ପରଦିନ ସ୍କୁଲ ରୋଷେଇ ଘରୁ ମୃତଦେହ ଉଦ୍ଧାର କରାଯାଇଥିଲା। ସୁନୀଲ ମୃତ ଶିଶୁର ସମ୍ପର୍କୀୟ ବୋଲି ଜଣାପଡ଼ିଥିଲା।

Comments are closed.