ଆଧ୍ୟାତ୍ମବାଦୀଙ୍କ ପରଲୋକ

ଚୌଦ୍ୱାର : ଠାକୁର ଅନୁକୁଳଚନ୍ଦ୍ରଙ୍କ ଆଶ୍ରିତ ତଥା ଆଧ୍ୟାତ୍ମବାଦୀ ନବ କିଶୋର ରାଉତ(୭୫)ଙ୍କର ପରଲୋକ ହୋଇ ଯାଇଛି । ସେ ବାର୍ଦ୍ଧକ୍ୟ ଜନୀତ ରୋଗରେ ପୀଡ଼ିତ ହୋଇ ଦର୍ଘଦିନ ହେବ ନିଜ ଘରେ ଚିକିତ୍ସାଧୀନ ଥିଲେ । ପୌର ପାଳିକା ୧୦ ନମ୍ବର ୱାର୍ଡ଼ ଲେବର ଟେନାମେଣ୍ଟ ବାସିନ୍ଦା ନବ କିଶୋର ସାରା ଜୀବନ ଠାକୁରଙ୍କ ବାଣୀ ଓ ନୀତି ଆଦର୍ଶ ପ୍ରଚାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସ୍ଥାନୀୟ ସତସଙ୍ଗ କେନ୍ଦ୍ରର ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବେ କେନ୍ଦ୍ରର ବିକାଶ ସହିତ ସେ ଚୌଦ୍ୱାର, କେନ୍ଦ୍ରାପଡ଼ା, ପଟ୍ଟାମଣ୍ଡାଇ ଆଦି ଅଞ୍ଚଳରେ ଠାକୁରଙ୍କ ଆଦର୍ଶ ବାଣୀ ପ୍ରଚାରରେ ବ୍ରତୀ ଥିଲେ । ତାଙ୍କ ପରଲେକ ଖବର ପାଇଁ ବହୁ ସଂଖ୍ୟକ ଅନୁକୁଳ ଭକ୍ତ ଓ ସ୍ଥାନୀୟ ଜନ ସାଧାରଣ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବଧୀ ଶ୍ମଶାନରେ ସତ୍କାର କରାଯାଇଥିଲା । ବଡ଼ପୁଅ ହିମାଂଶୁ ମୁଖାଗ୍ନି ଦେଇଥିଲେ । ସାନପୁଅ ସୀତାଂଶୁ,ଭଣଜା ପରେଶ କୁମାର ନାୟକଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଓ ପରିଜନ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।

Comments are closed.