ବୃଦ୍ଧଙ୍କୁ ପାଦରେ ଦଳିଦେଲା ହାତୀ

ଦେବଗଡ଼:ଦେବଗଡ ବନଖଣ୍ଡ ତଥା ଦେବଗଡ ବନାଂଚଳ ଅନ୍ତର୍ଗତ ବାବୁରୀକାନୀ ଗ୍ରାମରେ ଆଜି ସଂଧ୍ୟାରେ ଜଣେ ବୃଦ୍ଧଙ୍କୁ ଏକ ହାତୀ ପାଦରେ ଦଳିଦେବାରୁ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ପ୍ରାୟ ୫ ଟା ସମୟରେ ବାବୁରୀକାନୀ ଗ୍ରାମର କମାର କିସାନ(୭୦)ଶୌଚ ନିମନ୍ତେ ଘର ପଛପଟେ ଥିବା ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ଜଙ୍ଗଲୀ ହାତୀ ସେଠାରେ ପହଂଚି କମାରଙ୍କୁ ପାଦରେ ଦଳି ଦେଇଥିଲା ଫଳରେ ଘଟଣା ସ୍ଥଳରେ କମାରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ପାଇ ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ବନ ସଂରକ୍ଷକ ସମୀର ତିର୍କୀ ସଦଳ ବଳେ ସେଠାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରୁଥିବାବେଳେ କୁଣ୍ଢେଇଗୋଳା ଥାନା ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.