ଗଳାକାଟି ଯୁବକଙ୍କୁ ହତ୍ୟା

ଧର୍ମଗଡ଼: ବୋଡେନ ଦେଇ ଯାଇଥିବା ରାବଣଗୁଡା-ଅଁଲାଯୋର ଇନ୍ଦ୍ରାବତୀ ବାମ କେନାଲ ନିକଟରେ ଜଣେ ଯୁବକଙ୍କୁ ବେକ କାଟି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ଯୁବକଙ୍କ ନାଁ ଲିଲାବତୀ ସୁନାନୀ ଓ ତାଙ୍କ ଘର ବଡଘୁମେର ବୋଲି ଜଣାପଡିଛି। ଗତ ଶନିବାର ଦିନ ସକାଳୁ ସେ (ଓଆର ୦୮ଡି ୨୦୦୫) ନମ୍ବର ବିଶିଷ୍ଟ ଏକ ହିରୋ ସିଡି ପ୍ଳସ ବାଇକ ଯୋଗେ ଘରୁ ବାହାରିଥିଲେ। ଘରୁ ବାହାରିବା କିଛି ସମୟ ପରେ ତାଙ୍କ ମୋବାଇଲ ସ୍ଵିଚଡ ଅଫ ହୋଇଯାଇଥିଲା। ସକାଳେ ତାଙ୍କ ବେକ କଟା ଅବସ୍ଥାରେ ମୃତ ଦେହ କେନାଲ ତଳେ ପଡିଥିବା ବେଳେ ମୋଟର ସାଇକେଲ କେନାଲ ଉପରେ ଷ୍ଟାଣ୍ଡ ମରା ହୋଇ ଠିଆ ରହିଥିବା ଦେଖିବାକୁ ମିଳିଛି । ଖବର ପାଇ ଧର୍ମଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.