ଗୁଳିକାଣ୍ଡରେ ଯୁବକ ମୃତ : କାରଣ ଅସ୍ପଷ୍ଟ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଅନ୍ତର୍ଗତ କଲମୀ ଗ୍ରାମରେ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଅମ୍ବାଭନା ଗ୍ରାମର ତାରାଚାନ୍ଦ ବେହେରାଙ୍କ ପୁଅ ରାକେଶ ବେହେରା(୨୪) । ସୂଚନାଯୋଗ୍ୟ, ରାକେଶ ନିଜ ମାମୁଘର କଲମୀ ଗ୍ରାମକୁ ଯାଇଥିଲେ । ଶୁକ୍ରବାର ରାତିରେ ମାମୁଘରେ ରାକେଶ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ଗୁଳି ଓ ଖୋକା ଜବତ ହୋଇଛି । ପୁଲିସ ମୃତଦେହ ଜବତ କରି ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ମାମୁଁଘରେ ରାକେଶଙ୍କୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Comments are closed.