ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ମାଟିର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ଆଜି ପାଳନ କରାଯାଇଛି । ଜିଲ୍ଲାପ୍ରଶାସନ, ପୌରପାଳିକା ନବରଙ୍ଗପୁର ଆନୁକୁଲ୍ୟରେ ସଦାଶିବ ତ୍ରିପାଠୀ ପାର୍କଠାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଯୋଗଦେଇ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍, ସ୍ବର୍ଗତ ଡକ୍ଟର ତ୍ରିପାଠୀଙ୍କର ନାତି ସମାଜସେବୀ କେଦାରନାଥ ତ୍ରିପାଠୀ ଯୋଗଦେଇ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ। ଏଥିରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଭାଗୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ। ଡକ୍ଟର ସଦାଶିବ ବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମହାମାରୀ କୋରୋନା କଟକଣା ଯୋଗୁଁ ସୀମିତ ପଦାଧିକାରୀ, ବ୍ୟକ୍ତି ବିଶେଷଙ୍କୁ ନେଇ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.