ସତ୍ୟବାଦୀ ଉଚ୍ଚବିଦ୍ୟାଳୟରେ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ

ସାକ୍ଷୀଗୋପାଳ: ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧୋ​‌ତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉତ୍କଳମଣିଙ୍କ ରଚିତ କାରା କବିତା ଗାନ କରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ତୀର୍ଥ ପୁଷ୍କରିଣୀ କେତକୀ ଝରକୁ ଯାଇଥିଲେ। ସେଠାରେ ଉତ୍କଳମଣିଙ୍କ ନିମନ୍ତେ ତିଳ ତର୍ପଣ ଅନୁଷ୍ଠିତ ହୋଇଥିଲା। ପୁରୋହିତ ଅକ୍ଷୟ କୁମାର ଦାସ ବେଦ ପାଠ କରି ତିଳ ତର୍ପଣ ଆରମ୍ଭ କରିଥିଲେ। ଶିକ୍ଷକ ସତ୍ୟବାଦୀ ଦାସ, ବିଜୟ କୁମାର ପରିଡ଼ା, ସୌଦାମିନୀ ନାୟକ, ଗୀତାଞ୍ଜଳି ବେହେରା, ମାନସ କୁମାର ପଟ୍ଟନାୟକ ଓ ଶିଖର ମହାପାତ୍ରଙ୍କ ସମେତ ଅନ୍ୟମାନେ ତିଳ ତର୍ପଣ କରିଥିଲେ।

Comments are closed.