ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ରାଜକିଶୋରନଗର : କିଆକଟା ଥାନା ପୁଲିସ ସୋମବାର ଦିନ ଓରଡା ନାଳ ନିକଟରୁ ଜନୈକା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ଯୁବତୀ ଜଣକ କିଶୋରନଗର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଅଚ୍ୟୁତ ନାୟକଙ୍କ ଝିଅ ସୁଜାତା ନାୟକ (୨୦) ବୋଲି ଜଣାପଡିଛି। କିଆକଟା ଥାନା ଆଇଆଇସି ଅନାମ ଲାକ୍ରା, ଏ ଏସ୍ ଆଇ ସଞ୍ଜୟ କୁମାର ବେହେରା ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ପଠାଇଥିବାବେଳେ ଘଟଣାର ତଦନ୍ତ ଚଳାଇଛନ୍ତି। ମୃତ୍ୟୁର ସଠିକ କାରଣ ଜଣାପଡିନଥିବାବେଳେ ଯୁବତୀଙ୍କ ଗଳାରେ କଟାଚିହ୍ନ ରହିଥିବା ସ୍ପଷ୍ଟ ଜଣାପଡୁଥିବାରୁ ଯୁବତୀଙ୍କ ଗଳାକାଟି ହତ୍ୟା କରିବାପରେ ମୃତଦେହକୁ ନାଳ ନିକଟରେ ଫୋପାଡି ଦିଆଯାଇଥିବା ସନ୍ଦେହ ହେଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଘଟଣା ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed.