ପାଇପ୍ ତଳେ ଚାପି ହୋଇ ଯୁବକର ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ସଦର ମହକୁମାରୁ ଲହରାକାନି ରାସ୍ତାରେ ଚାଲିଥିବା ବହୂମୁଖୀ ଜଳ ଯୋଗାଣ ପ୍ରକଳ୍ପର ପାଇପ୍ ତଳେ ଚାପି ହୋଇ ଜଣେ ଯୁବକର ମୃତ୍ୟୁ ହୋଇଛି | ତାଙ୍କ ନାମ ଡ଼ମୁ ହରିଜନ ବୋଲି ଜଣାପଡିଛି |

ସୂଚନା ମୁତାବକ, ବହୁ ମୁଖୀ ଜଳ ଯୋଗାଣ ପ୍ରକଳ୍ପ ଲାଗି ଆଜି ଏକ ଟ୍ରକରେ ପାଇପ୍ ଲୋଡ଼ ହୋଇ ଆସିଥିଲା | ଡ଼ାମୁ ଉକ୍ତ ପାଇପ ଗୁଡିକୁ ଓହ୍ଲାଇବା ବେଳେ ଏକ ପାଇପ ତଳେ ଚାପି ହୋଇଯାଇଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.