ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନାଅନ୍ତର୍ଗତ ଅରଖପଦ ଗ୍ରାମରେ ରବିବାର ମହାନଦୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇଙ୍କ ନାମ ଅଶିଷ ପ୍ରଧାନ ଓ ତୋଫାନ ପ୍ରଧାନ ବେଲି ଜଣାପଡିଛି ।
Related Posts
ସୂଚନା ଅନୁଯାୟୀ, ଦୁଇ ଭାଇ ମହାନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଇବାବେଳେ ପ୍ରଥମେ ବଡ ଭାଇ ଅଶିଷ ବୁଡି ଯାଇଥିଲେ। ଅଶିଷକୁ ବଞ୍ଚାଇବା ଯାଇ ତୋଫାନ ମଧ୍ୟ ବୁଡି ଯାଇଥିଲେ। ସ୍ଥାନୀୟଲୋକେ ଏନେଇ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥାନରେ ପହଞ୍ଚିବାବେଳକୁ ଦୁଇ ଭାଇଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳାୟ ପଠାଇଛି ।