ଅଚଳ କାରରୁ ମିଳିଲା ନାବାଳିକାର ଗଳା କଟା ମୃତଦେହ

କୋରାପୁଟ : କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚଣା ଗାଁରେ ଜଣେ  ୮ ବର୍ଷ ନାବାଳିକାର ଗଳା କଟା ଅବସ୍ଥାରେ ଏକ ପରିତ୍ୟକ୍ତ କାର ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ଏନେଇ ଥାନାରେ ଏତଲା ଦେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଶିଶୁଟି ତାଙ୍କ ପରିବାର ଲୋକଙ୍କ ସହ ପଡ଼ୋଶୀ ଘରେ ଟିଭି ଦେଖୁଥିଲା। ହେଲେ କିଛି ସମୟ ପରେ ସେ ସେଠାରୁ ନିଖୋଜ ହୋଇଯାଇଥିଲା। ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ଗାଁରେ ଥିବା ଏକ ଅଚଳ କାର ଭିତରୁ ଉକ୍ତ ନାବାଳିକର ମୃତଦେହ ଠାବ କରାଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Comments are closed.