କୀଟନାଶକ ଗନ୍ଧରେ ୩ ଭଉଣୀଙ୍କ ମୃତ୍ୟୁ

ବ୍ରହ୍ଣପୁର : ବ୍ରହ୍ମପୁର ଜିଲା ଦିଗପହଣ୍ଡି ବ୍ଲକ ସନଖେମୁଣ୍ଡି ଥାନା ଅନ୍ତର୍ଗତ ମାଟିଆ ବୋରା ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଚାଉଳ ପୋକ ମରା କୀଟନାଶକ ଗନ୍ଧରେ ୩ ଭଉଣୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତ ତିନି ଭଉଣୀ ହେଲେ ଶୁଭଲକ୍ଷ୍ମୀ, ପ୍ରୀତି ଓ ବର୍ଷା।

ସୂଚନା ଅନୁଯାୟୀ, ଦିଗପହଣ୍ଡି ବ୍ଲକ ବି.ତୁରୁବୁଡିରେ ଆଜା ଘରେ ରହି  ୩ ଭଉଣୀ ପଠ ପଢୁଥିଲେ। ୨୫ ତାରିଖ ରାତିରେ ଶୋଇଥିବା ବେଳେ ୩ଭଉଣୀ ଚାଉଳ ବସ୍ତାରେ ପଡ଼ିଥିବା କୀଟନାଶକ ଗନ୍ଧରେ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ସେମାନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୨୬ ତାରିଖ ସକାଳେ ୭ ବର୍ଷର ମଝିଆଁ ଭଉଣୀର ପ୍ରଥମେ ମୃତ୍ୟୁ ଘଟିଥିଲା। ପରେ ୬ ବର୍ଷର ସାନ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଶନିବାର ବଡ଼ ଭଉଣୀର ମୃତ୍ୟୁ ଘଟିଛି।

Comments are closed.