ମାମୁଁ ପୁଅର ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିଲେ, ହେଲେ ଆଉ ଫେରିଲେନି

ଯାଜପୁର: ବିବାହ ଭୋଜି ଖାଇବାକୁ ଆସି ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଏହି ଅଭାବନୀୟ ଘଟଣା ଯାଜପୁର ସାନ ବଜାରରେ ଘଟିଛି। ମୃତ ଯୁବକ ହେଲେ ମଂଗଳପୁର ଥାନା ବରେଇ ଗାଁର ଚନ୍ଦନ ମିଶ୍ର। ଚନ୍ଦନ ନିଜ ମାମୁଁ ପୁଅର ବିବାହ ଭୋଜିରେ ସାମିଲ ହୋଇ ଆସିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.