ଆମେରିକାରେ ୭୦ବର୍ଷ ପରେ ମହିଳାଙ୍କୁ ମୃତ୍ୟୁଦଣ୍ଡ

ୱାଶିଂଟନ୍‌: ଦୀର୍ଘ ୭୦ବର୍ଷ ପରେ ଆମେରିକା ଇଣ୍ଡିଆନା ପ୍ରଦେଶରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ବୁଧବାର ଲିସା ମୋଣ୍ଟଗୋମେରି (୫୨) ନାମକ ମହିଳାଙ୍କୁ ବିଷ ଇଞ୍ଜେକସନ୍‌ ଦିଆଯିବା ପୂର୍ବକ ମୃତ୍ୟୁଦଣ୍ଡ ଦିଆଯାଇଛି। ଲିସା ୨୦୦୪ରେ ଏକ ଗର୍ଭବତୀ କୁକୁରକୁ ହତ୍ୟା କରିଥିଲେ। ଏହି ହତ୍ୟା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିଲେ। ଗର୍ଭବତୀ କୁକୁରର ଛୁଆକୁ ଚୋରି କରିବା ଉଦ୍ଦେଶ୍ୟରେ ଲିସା ଏହାକୁ ହତ୍ୟା କରିଥିଲେ। ୱେଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ ମିସୌରିର ଡିଷ୍ଟ୍ରିକ୍ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଆମେରିକାର ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହି ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ।

Comments are closed.