ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର

ବ୍ରଜରାଜନଗର: ଝାରସୁଗୁଡ଼ା-ସରଡେଗା ରେଳପଥର ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ଗୌଡ଼ମାଲ ଗ୍ରାମର ଅଜିତ ବକ୍ସି(୩୫) ନାମକ ଜଣେ ଯୁବକଙ୍କ ସନ୍ଦେହନକ ଭାବେ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳୁ ଗୌଡ଼ମାଲ-ଜାମପଡ଼ା ରେଳ ଧାରଣା ପାର୍ଶ୍ଵରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଭୋରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଅଜିତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛନ୍ତି ଅଥବା ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଅଜିତଙ୍କ ଗୋଟିଏ ଗୋଡ଼ ଟ୍ରେନ ଲାଇନରେ ପଡିଥିବା ବେଳେ ଶରୀର ସେଠାରୁ ୫୦ ମିଟର ଦୂରରେ ଖଣ୍ଡ ବିଖଣ୍ଡିତ ହୋଇ ପଡିରହିଛି। ତେଣୁ ତାଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜିଆରପିକୁ ଖବର ଦେଇଛନ୍ତି।

Comments are closed.