MEllora 950×100

ଚିକେନ୍ ସେଣ୍ଟର ପାଖରୁ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ 

ମନମୁଣ୍ଡା : ଆଜି ସକାଳ ସମୟରେ ମନମୁଣ୍ଡା ଥାନା ଗୋପାଲମାଲ ଗ୍ରାମର ଏକ ଚିକେନ୍ ସେଣ୍ଟର ପାଖରୁ ପୁଲିସ ଏକ ମୃତଦେହ  ଉଦ୍ଧାର କରିଛି। ମୃତଦେହର ବିଭିନ୍ନ ଜାଗାରେ କ୍ଷତାକ୍ତ ହୋଇଥିଲା ଓ ଛାତିରୁ ତଳ ପାଖକୁ ଗାମୁଛା ଘୋଡା ଯାଇଥିଲା।ମୃତକ ଜଣକ ସୁବଳ ତେଲେଙ୍ଗା (୩୫) ବୋଲି ଜଣାପଡିଛି।  ସେ ସପରିବାର ସହ ଆଜକୁ ପ୍ରାୟ ୬ ବର୍ଷ ହେବ ଏହି ଥାନା ରତାଖଣ୍ଡି ଗ୍ରାମରେ ରହି ଆସୁଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.