ପୋଖରୀରେ ବୁଡି ଯୁବକ ମୃତ

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ପଞ୍ଚାୟତର ମଠ ସାହି ଗ୍ରାମରେ ରହୁଥିବା ଜନୈକ ଯୁବକ ମଠ ସାହି ପୋଖରୀକୁ ଗାଧେଇବାକୁ ଯାଇ ପାଣିରେ ବୁଡି ଯାଇ ତାଙ୍କର ମୃତ୍ୟୁ ଘଟିଛି ।  ମୃତକଙ୍କ ନାମ ଦେବରାଜ ପ୍ରଧାନ (୩୬) ଏବଂ ସେ ଜଣେ ନିର୍ମାଣ ଶ୍ରମିକ ବୋଲି ଜଣାପଡିଛି। ତାଙ୍କର ନିଜ ଘର ଅଳଗୁମ ପଞ୍ଚାୟତର ବାଟୁଳିପଡା ହୋଇଥିବା ବେଳେ ସେ ଦୀର୍ଘଦିନ ଧରି ମଠସାହିରେ ଭଡାରେ ରହୁଥିଲେ ।  ସଂଧ୍ୟା ପ୍ରାୟ ୮.୩୦ ରେ ସେ କାମରୁ ଫେରି ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଦୀର୍ଘ ସମୟ ପର୍ୟ୍ୟନ୍ତ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। ଗ୍ରାମବାସୀ ଓ ଦମକଳ ବାହିନୀ ସହାୟତାରେ ତାଙ୍କୁ ପୋଖରୀରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଠାରୁ ସାକ୍ଷୀଗୋପାଳ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.