ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ସହରର ସ୍ଥାନୀୟ ମଙ୍ଗଳମ ଟିମ୍ବର ପ୍ଲାଣ୍ଟ ନିକଟରେ ଥିବା ନୀଳଗିରି ବାଡ଼ରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ନବରଙ୍ଗପୁର ପୁଲିସ। ଆଜି ସେହି ରାସ୍ତା ଦେଇ ଯାଉଥିବା ବେଳେ ହଠାତ ସେହି ଜାଗାରୁ ଦୁର୍ଗନ୍ଧ ବହାରିବାରୁ ରାସ୍ତା କଡରେ ଥିବା ନୀଳଗିରି ବାଡ଼ ଭିତରେ କିଛି ଲୋକଙ୍କ ନଜର ପଡିଥିଲା । ସେମାନେ ଦେଖିଲେ ଯେ ଜଣେ ଯୁବକର ମୃତଦେହଟି ନୀଳଗିରି ବାଡ଼ ଭିତରେ ପଡିଛି। ଏହାପରେ ନବରଙ୍ଗପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପୁଲିସର ତଦନ୍ତରୁ ଜଣାପଡିଥିଲା ଯେ ମୃତ ଯୁବକଜଣକ ବେହରାଗୁଡା ଗ୍ରାମର ରମେଶ ଭତରା। ଗତ ଶନିବାର ରାତିରୁ ରମେଶ ଭତରା ନିଖୋଜ ଥିଲେ। ମୃତଦେହ ଉଦ୍ଧାର କରି ପୁଲିସ ବ୍ୟବଛେଦ ପାଇଁ ପଠାଇବା ସହ ମୃତ ଯୁବକଜଣକ ଆତ୍ମହତ୍ୟା କରିଛି ନା ହତ୍ୟା କରାଯାଇଛି ଏନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ସଠିକ ତଦନ୍ତ କରିବା ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ନବରଙ୍ଗପୁର ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.