ତୁଷୁରା ବିଦ୍ୟୁତ ଗ୍ରୀଡ ପଛପଟୁ ଝୁଲନ୍ତା ମୃତଦେହ ଉଦ୍ଧାର

ଗୁଡଭେଲା: ତୁଷୁରା ଅନ୍ତର୍ଗତ ବିଦ୍ୟୁତ ଗ୍ରୀଡ ପଛପଟେ ଥିବା ଗୁହୁରିଆ ଗଛରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ କିଛି ଲୋକ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ତୁଷୁରା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ବ୍ୟକ୍ତିଜଣକ ମଧ୍ୟପ୍ରଦେଶରୁ ଆସି ତୁଷୁରା ଅଞ୍ଚଳରେ ରହୁଥିଲେ ଓ ସେ ଜଣେ ଗୁପ୍‌ଚୁପ୍‌ ବିକାଳୀ ବୋଲି ଜଣାଇଯାଇଛି। ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ଉପସ୍ଥିତ ରହି ଛାଳଭିନ ଚଳାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.