ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ବର: ବାଲେଶ୍ବର ଜିଲା ସଦର ଥାନା ଅନ୍ତର୍ଗତ ସିନ୍ଧିଆ ପଞ୍ଚାୟତର ଆଙ୍ଗୌଳା ଗ୍ରାମରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଟୁନା ସିଂହ। ତାଙ୍କ ଶରୀରର କେତେକ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକତରଫା ପ୍ରେମରୁ ଟୁନାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଏହି ଘଟଣାରେ ପୁଲିସ ଟୁନାଙ୍କ ଭାଉଜଙ୍କୁ ଅଟକ ରଖି ପଚରାଉଚରା କରୁଛି।