ଦୟାନଦୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଜବତ

ପିପିଲି: ପିପିଲି ଥାନା ପୋପରଙ୍ଗା ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣନୂଆଗାଁ ନିକଟରୁ ଦୟାନଦୀରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ପୁଲିସ ଶୁକ୍ରବାର ଜବତ କରିଛି। ଦୟାନଦୀର ପ୍ରଖର ସ୍ରୋତରେ ଉକ୍ତ ମୃତଦେହଟି ଭାସି ଯାଉଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ପିପିଲି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନଦୀଜଳରୁ ଉକ୍ତ ମୃତଦେହକୁ ଜବତ କରିଥିଲେ। ମୃତ ଯୁବକଙ୍କ ବୟସ ୩୫ରୁ ୪୦ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଯୁବକ ଜଣକ ଏକ କଳାରଙ୍ଗର ଫୁଲ୍‍ ସାର୍ଟ ଓ ହ୍ୟାପ୍‍ ପ୍ୟାଣ୍ଟ ପିନ୍ଧିଥିବା ପରିଲକ୍ଷିତ ହୋଇଥିଲା।

ଏସଂପର୍କରେ ପିପିଲି ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ମୃତଦେହର ପଞ୍ଚାନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯାଇଛି। ମୃତକଙ୍କ ପରିଚୟ ଜାଣିବା ପାଇଁ ପୁଲିସ ବିଭିନ୍ନ ଥାନା ସହ ଯୋଗାଯୋଗ କରୁଥିବା ସୂଚନା ମିଳିଛି।

Comments are closed.