ଗଛ ଉପରେ ମହିଳାଙ୍କ ମୃତଦେହ – ହତ୍ୟା ସନ୍ଦେହ

ମୁଖିଗୁଡ଼ା: କଳାହାଣ୍ଡି ଜିଲ୍ଳା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତ ଘୁଟୃନାଗଫେଣୀ ଗ୍ରାମର ମକରନ୍ଦ ମାଝୀଙ୍କ ଜମିରେ ଥିବା ଏକ ଗଛ ଉପରେ ଏକ ମହିଳାଙ୍କ ମୃତ ଦେହ ଠାବ କରାଯାଇଛି। ସ୍ଥାନୀୟ ଲୋକେ ଜୟପାଟଣା ପୁଲିସକୁ ଖବର ଦେବା ପରେ ଜୟପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ମୃତ ମହିଳା ଜଣକ ଘୁଟୃନାଗଫେଣୀ ଗ୍ରାମର କୁନ୍ତୀ ରାଉତ (୨୬) ବୋଲି ଜଣାପଡିଛି। ପୁଲିସର ସାଇଣ୍ଟିଫିକ ଟିମ୍‍ ଆସିବା ପରେ ଶବ ଉଦ୍ଧାର କରାଯିବ ବୋଲି ଜଣାପଡ଼ିଛି।

ଗତକାଲି ସନ୍ଧ୍ୟାରେ କୁନ୍ତୀ ସ୍ୱାମୀଙ୍କୁ ଝିଅ ପାଇଁ ଏକ ବେଲୁନ୍‍ ଆଣିବାକୁ କହିବାରୁ ସ୍ୱାମୀ ବେଲୁନ୍‍ କିଣିବାକୁ ଯାଇ ଘରକୁ ଫେରିଲା ବେଳକୁ କୁନ୍ତୀ ଘରେ ନଥିଲେ। ତାଙ୍କୁ ବହୁ ଖୋଜାଖୋଜି କଲା ପରେ ମଧ୍ୟ ସେ ମିଳିନଥିଲେ। ସୋମବାର କୁନ୍ତୀର ମୃତ ଦେହ ଗଛ ଉପରେ ଥିବା ଦେଖାଯାଇଥିବାରୁ କୁନ୍ତୀକୁ ଯୋଜନାବଦ୍ଧ ଭାବରେ ମାରି ଦିଆଯାଇ ଗଛ ଉପରେ ରଖା ଯାଇଥିବା ସନ୍ଦେହ କରାଯାଉଛି।

Comments are closed.