ଡ୍ରେନେଜରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ପିପିଲି: ପୁରୀ ଜିଲା ସୀମାବର୍ତ୍ତୀ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ସୋଲଣା ଗ୍ରାମ ନିକଟସ୍ଥ ଏକ ଦଳ ଭର୍ତ୍ତି ଡ୍ରେନେଜ ମଧ୍ୟରୁ ଜନୈକା ମହିଳାଙ୍କ ଗଳିତ ମୃତଦେହକୁ ପିପିଲି ପୁଲିସ ଗୁରୁବାର ଉଦ୍ଧାର କରିଛି। ମୃତଦେହର ପରିଚୟ ମିଳିପାରି ନ ଥିଲେ ମଧ୍ୟ ମୃତଦେହ ନିକଟରେ ପଡିଥିବା ଏକ ବ୍ୟାଗ୍‌ରୁ ଆଧାର କାର୍ଡକୁ ନେଇ ପୁଲିସ ମୃତା ମହିଳାଙ୍କ ପରିଚୟ ପାଇବାକୁ ଚେଷ୍ଟା ଚଳାଇଛି। ଆଧାର କାର୍ଡଟି ଭୁବନେଶ୍ବରର ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳର ଜଣେ ମହିଳାଙ୍କର ବୋଲି ସୂଚନା ମିଳିଛି। ତେବେ ଆଧାର କାର୍ଡଟି ମୃତ ମହିଳାଙ୍କର ନା ଆଉ କାହାର ସେ ନେଇ ପୁଲିସ ଅନୁସନ୍ଧାନ ଚଳାଇଛି।

Comments are closed.