ଟ୍ରାକ୍ଟର ଚଢି ଜଣେ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ପଞ୍ଚାୟତ ଘଣ୍ଟିଗୁଡ଼ା ଠାରେ ସୋମବାର ଏକ ଅଘଟଣ ଘଟିଛି। ଘଣ୍ଟିଗୁଡ଼ା ଠାରେ ଏକ ଟ୍ରାକ୍ଟର ଚକ ଚଢି  ଜଣେ ଶ୍ରମିକ ମହେଶ୍ୱର ପଟେଲଙ୍କ ମୃତ୍ୟୁ ହୋଇଛି। ସୂଚନାଅନୁଯାୟୀ, ଇଟା ବୋଝେଇ କରି ଆସୁଥିବା ସମୟରେ ଟ୍ରାକ୍ଟରରେ ବସିଥିବା ମହେଶ୍ୱର ଭାରସାମ୍ୟ ହରାଇ ପଡ଼ିଯିବାରୁ ତାଙ୍କ ଉପରେ ଟ୍ରାକ୍ଟରର ପଛ ଚକ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋକସରା ଡ଼ାକ୍ତରଖାନାକୁ ପଠାଇଛି।

Comments are closed.