ଟ୍ରକ ଭିତରୁ ଗଳିତ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାସ୍ଥିତ ରାଜଗାଙ୍ଗପୁରରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟ୍ରକ ଭିତରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମାତ୍ର ମୃତକଙ୍କ ପରିଚୟ ମିଳିପାରିନଥିବା ଜଣାପଡ଼ିଛି। ରାଜଗାଙ୍ଗପୁରର ୧୦ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଟ୍ରକ ଭିତରେ ସ୍ଥାନୀୟଲୋକେ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.