ଶାଶୁ ଘରୁ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲାସ୍ଥିତ ଭବାନୀପାଟଣାର ଥୁଆମୂଳ-ରାମପୁର ଥାନା ଭତାଗୁଡ଼ା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ବାପା ଘର ପକ୍ଷରୁ ହତ୍ୟା ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ଯୁବତୀ ଜଣକ ପ୍ରେମ ବିବାହ କରିଥିଲେ ବୋଲି ଜଣାପଡ଼ିଛି।

Comments are closed.