ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ ୨ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ ସିଲେରୁ ନଦୀରେ ଡ଼ଙ୍ଗାବୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ରହିଛନ୍ତି। ନିଖୋଜମାନେ ହେଲେ ବୁଲମା ଓ କ୍ରିଷ୍ଣା ବେଣୀ । ସୂଚନାଯୋଗ୍ୟ, ରବିବାର ଆନ୍ଧ୍ରପ୍ରଦେଶ ସିଲେରୁ ହାଟ ସାରି ଏକ ଦେଶୀଡ଼ଙ୍ଗାରେ ସତିବାବୁ ତାଙ୍କ ପତ୍ନୀ ପାର୍ବତୀ ଓ ୨ ବର୍ଷର ଝିଅ ଦିବ୍ୟଶ୍ରୀ ସହ ଅନ୍ୟ ୨ ଜଣ ମହିଳା ପାଳସୀ ବୁଲମା ଓ ବି କ୍ରିଷ୍ଣା ବେଣୀ ସମତେ ୫ ଜଣ ଏକ ଡ଼ଙ୍ଗାରେ ଡ଼ଙ୍ଗାରେ ଯାଉଥିଲେ। ଏହି ସମୟରେ ଝଡ଼ ତୋଫାନରେ କାରଣରୁ ଡ଼ଙ୍ଗାଟି ବୁଡ଼ି ଯାଇ ଏଭଳି ଅଘଟଣ ଘଟିଛି।

Comments are closed.