ଅଂଶୁଘାତରେ ଜଣଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡ଼ା : ନୂଆପଡ଼ା ଜିଲାର କୋମନା ବ୍ଲକ ସଦର ହନୁମାନ ମନ୍ଦିର ପଡ଼ାର ସୁକାନ୍ତ ବାଗ ( ୪୦)ଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ଏକ ରାସ୍ତା କାମରେ ଦିନସାରା କାମ କରିବା ପରେ ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ସକାଳ ସମୟରେ କୋମନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।