ବ୍ରିଟେନ୍‌ ଗୀର୍ଜାରେ ସାଂସଦଙ୍କୁ ଛୁରି ଭୁସି ହତ୍ୟା

ଲଣ୍ଡନ: ପୂର୍ବ ଲଣ୍ଡନର ଏସେକ୍ସ ଅଞ୍ଚଳରେ ଥିବା ଏକ ଗୀର୍ଜାରେ ଶୁକ୍ରବାର ବ୍ରିଟେନ୍‌ ଶାସକ ଦଳ କଞ୍ଜରଭେଟିଭ୍‌ ପାର୍ଟି ସାଂସଦ ଡେଭିଡ୍‌ ଆମେସଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଆମେସ ନିଜ ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଭେଟୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରି ଭୁସି ଦେଇଥିଲା। ଏଥିରେ ଗୁରୁତର ୬୯ ବର୍ଷୀୟ ଆମେସଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆମେସ ୧୯୮୩ରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ଜଣେ ବରିଷ୍ଠ ରାଜନେତା ଭାବେ ସେ ସର୍ବମାନ୍ୟ। ବ୍ରିଟେନ୍‌ ରାଣୀ ୨୦୧୫ରେ ତାଙ୍କୁ ‘ନାଇଟ୍‌’ ଉପାଧିରେ ଭୂଷିତ କରିଥିଲେ। ପୁଲିସ ତୁରନ୍ତ ଗୀର୍ଜାରେ ଚଢ଼ଉ କରି ୨୫ ବର୍ଷୀୟ ଆତତାୟୀକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରିଛି। ଏହା ଆତଙ୍କବାଦୀ ଆକ୍ରମଣ ବୋଲି ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି।

Comments are closed.