ଦାରିଙ୍ଗବାଡି ଓଡ଼ିଶାର ସବୁଠାରୁ ଥଣ୍ଡା ସହର; ୧୩ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର: ଫୁଲବାଣୀ ଜିଲାର ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି । ରବିବାର ରାତିରେ ଏଠାରେ ତାପମାତ୍ରା ୪ ଡିଗ୍ରୀକୁ ଖସିଆସିଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀରୁ କମ୍‍ ରେକର୍ଡ କରାଯାଇଛି । ଝାରସୁଗୁଡାରେ ତାପମାତ୍ରା ୫.୬ ଡିଗ୍ରୀ ସେଲସିୟସ, ଫୁଲବାଣୀ ୬.୫ ଡିଗ୍ରୀ, ସୋନପୁର ୬.୯ ଓ କେନ୍ଦୁଝରରେ ରାତିର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ବାରିପଦା ୯.୫, ସମ୍ବଲପୁର ୯, ସୁନ୍ଦରଗଡ ୮, ହୀରାକୁଦ ୯, ତାଳଚେର ୯, ଭବାନିପାଟଣା ୮.୯, ବଲାଙ୍ଗିର ୮, କୋରାପୁଟ ୧୦, ଟିଟିଲାଗଡରେ ସର୍ବନିମ୍ନ ରାତିର ତାପମାତ୍ରା ୯.୩ ଡିଗ୍ରୀ ସେଲସିୟର ରେକର୍ଡ କରାଯାଇଛି । ସେହି ସମୟରେ କଟକର ରାତି ସମୟରେ ସର୍ବନିମ୍ନ ତାପମାତ୍ରା ୧୨.୪ ଓ ଭୁବନେଶ୍ୱରେ ୧୩.୮ ଡିଗ୍ରୀ ସେଲସିୟସ ରହିଥିଲା ।

Comments are closed.