ଗ୍ୟାସ ସିଲିଣ୍ଡର ଫାଟି ୨ ଗୁରୁତର

ଦାନଗଦି: ଯଖପୁରା ଥାନା ମାନତୀରା କଲେଜ ପରିସରରେ ମଙ୍ଗଳବାର ରାତିରେ ଗ୍ୟାସ ଟାଙ୍କି ବିସ୍ଫୋରଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣେ ହେଲେ ବଙ୍ଗୀୟ ରାଜମିସ୍ତ୍ରୀ ଦୀପକ ପ୍ରଧାନ (୪୨) ଓ ଅନ୍ୟ ଜଣେ ମହାବିଦ୍ୟାଳୟର ରାତି ଜଗୁଆଳି ଅମରେନ୍ଦ୍ର ସାମଲ (୫୨)। କଲେଜର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାମ ଚାଲିଥିବାରୁ କଲେଜ ପରିସରରେ ରାଜ ମିସ୍ତ୍ରୀ ଓ ଅନ୍ୟ ଶ୍ରମିକମାନେ ରହୁଥିଲେ।

 

ରାତିରେ ରୋଷେଇ ଚାଲିଥିବା ସମୟରେ ୧୦.୩୦ ପାଖାପାଖି ଏହି ଦୁର୍ଘଟଣା ଘଟିଥିଲା। ଆହତ ଦ୍ୱୟଙ୍କୁ ଚିକିତ୍ସା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଉଭୟଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.