କରୋନା କଟକଣା ଏମିତି, ଆଗେ ଜୀବିକା ପଛେ ଜୀବନ

ଛତିଆ : ଏପରି ଲାଗୁ ହୋଇଛି କରୋନା କଟକଣା। ଏକ ଟାଟା ଏସି ମାଲ୍ ବୁହା ଗାଡ଼ିରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ବ ଶ୍ରମିକ ବସି ଆସୁଛନ୍ତି। କାମ ସାରିବା ପରେ ଏମାନଙ୍କୁ ନେଇ ଗାଡ଼ିଟି ଆସି ଛତିଆ ଅନ୍ତର୍ଗତ ଇଛାନଗରପାଟଣା ବାଲିଯାତ୍ରା ପଡିଆଠାରେ ଓହ୍ଲାଉ ଥିଲା। ତେବେ ଗ୍ରାମର କିଛି ଯୁବକ ଏହା ଦେଖି ପାଟି କରିବା ପରେ ଗାଡ଼ିଟି ଶ୍ରମିକ ମାନଙ୍କୁ ଧରି ପଳାଇ ଯାଇଥିଲା। ସେମାନେ ଯେପରି ଭାବେ ଖୁନ୍ଦିଖାନ୍ଦି ହୋଇ ଯାଉଥିଲେ ଜଣା ପଡୁଥିଲା ଯେପରି ସେମାନେ କରୋନାକୁ ଆମନ୍ତ୍ରଣ କରୁଛନ୍ତି। ଯଦି ଏମାନଙ୍କ ମଧ୍ୟରୁ କାହାର କରୋନା ସଂକ୍ରମଣ ହୋଇଥାଏ ତେବେ ପରିସ୍ଥିତି କ’ଣ ହେବ ତାହା କହିହେବ ନାହିଁ।
ତେବେ ଏହାର ମୂଳକାରଣ ହେଉଛି ପେଟ ପାଟଣା। ଥିଲା ବାଲା ମାନେ ଠ-ଠା-ଠି ହୋଇଗଲେଣି। ଦିନ ମଜୁରିଆ ମାନେ ବା କ’ଣ କରନ୍ତେ। ଦିନେ କାମକୁ ନ ଗଲେ ଚୁଲି ଜଳିବା ବନ୍ଦ ହୋଇଯିବ। ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ସବୁଦିନ ଲୋକଙ୍କୁ କାମ ମିଳିବା କଷ୍ଟକର, ସେମାନେ ବା କ’ଣ କରନ୍ତେ? ଆଗେ ଜୀବିକା ପଛେ ଜୀବନ। ଯାହା ହେଉ ପଛେ ବାଧ୍ୟ ହୋଇ ବାହାରକୁ ବାହାରି ପଡୁଛନ୍ତି କାମ କରିବା ପାଇଁ। ତେବେ ରାତି ପାହିଲେ ସେମାନଙ୍କର ଓ ପେଟ ଚିନ୍ତା ତେଣୁ ସେମାନେ ଭୟ କରନ୍ତେ କାହିଁକି? ଜୀବନକୁ ପଛକରି ଜୀବିକା ପାଇଁ ବାହାରି ପଡୁଛନ୍ତି।

Comments are closed.