ବ୍ରହ୍ମାକୁମାରୀ ମୁଖ୍ୟ ଦାଦୀ ହୃଦୟ ମୋହିନୀଙ୍କ ପରଲୋକ

ଜୟପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଦାଦି ହୃଦୟ ମୋହିନୀଜୀଙ୍କର ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୯୩ବର୍ଷ ହୋଇଥିଲା। ସେ ଗତ ୧୫ଦିନ ହେଲା ମୁମ୍ବଇର ସେଫି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ବ୍ରହ୍ମାକୁମାରୀ ସଂଗଠନର ମୁଖପାତ୍ର କହିଛନ୍ତି। ତାଙ୍କ ମୃତଦେହକୁ ଆବୁ ରୋଡସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯିବ। ଶୁକ୍ରବାର ଶ୍ରଦ୍ଧାଳୁମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଶନିବାର ଅନ୍ତିମ ସଂସ୍କାର କରାଯିବ। ଦାଦୀଜୀଙ୍କର ପରଲୋକରେ ରାଷ୍ଟ୍ରପତି, ପ୍ରଧାମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Comments are closed.