ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ : ୬ ଗିରଫ

ପୁରୀ : ପୁରୀ ବାସେଳୀ ସାହି ପୁଲିସ ଶନିବାର ଏକ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୬ ଜଣଙ୍କୁ ଗିରଫ କରିଛି ଓ ସେମାନଙ୍କଠାରୁ କିଛି ମାରଣାସ୍ତ୍ର ଜବତ କରିଛି।

ପୁରୀର ମଙ୍ଗଳା ହାଟ ବଜାରକୁ ଆସୁଥିବା ପନିପରିବା ବ୍ୟବସାୟୀଙ୍କ ଠାରୁ ଡକାୟତି ପାଇଁ ଯୋଜନା କରିବାକୁ ପ୍ରସ୍ତୁତ ହେଉ ଥିବାବେଳେ ବାସେଳୀ ସାହି ପୁଲିସ  ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ଧରିବାକୁ ଯାଇଥିବା ବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯିବା ଅବା ପୁଲିସ ଟିମକୁ ଆଘାତ ପହଞ୍ଚାଇବା ପାଇଁ ପୁଲିସ ଉପରକୁ ଏକ ବୋମା ଫିଙ୍ଗିଥିଲେ। ପରେ ପୁଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଏସଆଇ ବି କେ ପ୍ରଧାନଙ୍କ ନେତୃତ୍ଵରେ ପୁଲିସ ଏହି ଚଢଉ କରିଥିଲା।

ତେବେ ପୁଲିସ ଏହି ଡକାୟତ ଦଳଠାରୁ  ଗୋଟିଏ ଖଣ୍ଡା, ଦୁଇଟି ଲୁହା ରଡ, ଦୁଇଟି ପ୍ଲାଷ୍ଟିକ ପାଇପ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସେହିପରି କୃଷକ ବଜାର ପରିସରରୁ ବିସ୍ଫୋରଣ ହୋଇଥିବା ବୋମାରେ ବ୍ୟବହୃତ କିଛି ସାମଗ୍ରୀ ମଧ୍ୟ ଜବତ କରିଛି। ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.