ବାଦଶାହା ମସଲାକୁ କିଣିବ ଡାବର

ନୂଆଦିଲ୍ଲୀ – ଆୟୁର୍ବେଦ ତଥା ପ୍ରସାଧାନ ସାମଗ୍ରୀ ତିଆରି କରୁଥିବା ଡାବର, ମସଲା ପ୍ରସ୍ତୁତ କରୁଥିବା ବାଦଶାହ କମ୍ପାନୀର ୫୧ ପ୍ରତିଶତ ଅଂଶଧନ କିଣିବ । ବାଦଶାହା ମସଲାର ୫୧ ପ୍ରତିଶତ ଅଂଶଧନ ପାଇଁ ଡାବର ୫୮୭.୫ କୋଟି ଟଙ୍କା ପ୍ରଦାନ କରିବ । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଡାବର ବାଦଶାହା ମସଲାର ଅଂଶଧନ କିଣିବ ବୋଲି ସୂଚନା ମିଳିଛି ।

ବାଦଶାହ ମସଲା ମୋଟ ଅଂଶଧନ ମୂଲ୍ୟ ୧,୧୫୨ କୋଟି ଟଙ୍କା ଆକଳନ କରାଯାଇଛି । ଏହା ଦ୍ୱାରା ଡାବର ୨୫,୦୦୦ କୋଟି ଟଙ୍କର ମସଲା ବ୍ୟବସାୟରେ ପ୍ରବେଶ କରିବ ।
ଡାବର ଅଂଶଧନ କ୍ରୟ କରିବା ପାଇଁ ବୁଝାମଣା କରିଛି । ବଳକା ୪୯ ପ୍ରତିଶତକୁ ୫ ବର୍ଷ ପରେ କ୍ରୟ କରିବ ।

ଭାରତରେ ବାର୍ଷିକ ୨୫ହଜାର କୋଟି ଟଙ୍କାରୁ ଅଧିକ ମସଲା ବ୍ୟବସାୟ ହେଉଛି । ଖୁଚୁରା ବଜାରରେ ନନ୍‌ବ୍ରାଣ୍ଡେଡ୍‌ ମସଲାର ବ୍ୟବସାୟ ହେଉଛି । ଭାରତରେ ବ୍ରାଣ୍ଡେଡ୍‌ ମସଲା ବ୍ୟବସାୟ ବୃଦ୍ଧି ହେଉଥିବାରୁ ଡାବର ଏଥିରେ ପ୍ରବେଶ କରିଥିବା କମ୍ପାନୀର ସିଇଓ ମୋହିତ ମାଲହୋତ୍ରା ସୂଚନା ଦେଇଛନ୍ତି ।

Comments are closed.