୫ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ  

ରେଙ୍ଗାଲି: ଖିଣ୍ଡା ପଞ୍ଚାୟତରେ ପ୍ରତିଷ୍ଠିତ ଏନ୍‍ଏଲ୍‍ସି କମ୍ପାନୀ ତଲବିରା (୨) ଏବଂ (୩) କୋଇଲାଖଣିର ବିସ୍ଥାପିତ/କ୍ଷତିଗ୍ରସ୍ତ ଏବଂ ପ୍ରଭାବିତଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ଡିସେମ୍ବର ୫ ତାରିଖ ଦିନ ସମ୍ବଲପୁର ସ୍ଥିତ ତପସ୍ୱିନୀହଲରେ ଗୃହୀତ ପ୍ରସ୍ତାବଗୁଡିକ କମ୍ପାନୀ ଏପର୍ୟ୍ୟନ୍ତ କାର୍ୟ୍ୟକାରୀ କରି ନ ଥିବାରୁ ସଂପୃକ୍ତ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଛି। ଗତ ଜୁନ୍‍ ମାସ ୧୦ ତାରିଖ ଦିନ ବିସ୍ଥାପିତ/କ୍ଷତିଗ୍ରସ୍ତ ପରିବାର ବର୍ଗ ପକ୍ଷରୁ ଦାବୀ ପୂରଣ ସକାଶେ ଆନ୍ଦୋଳନ କରାଯାଇ ଏନ୍‍ଏଲ୍‍ସିର ଖଣି କାମ ବନ୍ଦ କରିଦେଇ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏନ୍‍ଏଲ୍‍ସିର ସିଜିଏମ୍‍, ଅଦାନୀ କମ୍ପାନୀର ଉପ-ସଭାପତି ଏବଂ ଠେଲକୁଲି ଥାନା ଅଧିକାରୀ ପ୍ରମୁଖ 6ଘଟଣାସ୍ଥଳକୁ ଆସି ଜୁଲାଇ ୧୫ ସୁଦ୍ଧା ଦାବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ଦେଇଥିବା ତାରିଖ ବିତିଯିବା ସତ୍ତେ୍ୱ ଅଦ୍ୟାବଧି କୌଣସି ଦାବୀ ପୂରଣ ହୋଇ ନାହିଁ। ଏଣୁ ଆସନ୍ତା ୯ ତାରିଖ ସୁଦ୍ଧା ଦାବୀ ପୂରଣ ନହେଲେ ୧୦ ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରି ଖଣି କାର୍ୟ୍ୟ ବନ୍ଦ କରିଦିଆଯିବ ବୋଲି ଆଜି ଏକ ପ୍ରତିନିଧି ଦଳ ରେଙ୍ଗାଲି ତହସିଲଦାର ଙ୍କୁ ସାକ୍ଷାତ କରି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରିଛନ୍ତି।ବାବୁଲୁ ରାଉତ,ହିମାଂଶୁ ମଲ୍ଲିକ,ସୁବଲ ପ୍ରଧାନ,ତରୁଣ ବୁଧିଆ,ରୁଦ୍ର ପ୍ରଧାନମ ପ୍ରମୁଖ ପ୍ରତନିଧି ଦଳ ର ନେତୃତ୍ୱ ନେଇଥିଲେ। ସୂଚିତ ଯେ ବିସ୍ଥାପିତ ପରିବାର ର ତାଳିକା ପ୍ରକାଶ କରିବା,ଅଧିଗୃହୀତ ଜମି ରେ ଥିବା ଘର,ଗଛ ଏବଂ କୁଅ ଆଦି ର କ୍ଷତି ପୂରଣ ପ୍ରଦାନ। ଯେଉଁମାନେ ଜମି କ୍ଷତି ପୂରଣ ନେଇ ସାରିଲେଣି ସେମାନଙ୍କୁ ମାସିକ ୩୫୦୦ ଟଙ୍କା ସହାୟତା ପ୍ରଦାନକରାଯିବା। ବସ୍ତି କିସମ ଏବଂ ଜଙ୍ଗଳ କିସମ ଜମି ରେ ବସବାସ କରୁଥିବା ଏବଂ ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ହୋଇ ପୁର୍ନବସତି ସ୍ଥାପନ କରିଥିବା ପରିବାର ପୁଣି ଥରେ କୋଇଲା ଖଣି ଯୋଗୁଁ ବିସ୍ଥାପିତ ହୋଇଥିବାରୁ ସେମାନଙ୍କୁ ଥଇ ଥାନ ଏବଂ ବିସ୍ଥାପି˜ କ୍ଷତିଗ୍ରସ୍ତ ପରିବାର ର ବେକାର ଯୁବକ ଙ୍କୁ ଅଗ୍ରାଧିକାର ଭିତ୍ତି ରେ ନିଯୁକ୍ତି ଦେବା ପାଇଁ ତ୍ରିପାକ୍ଷିକ ବୈଠକ କମ୍ପାନୀନର ସହମତି ସହିତ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। କିନ୍ତୁ କ୍ଷୋଭ ର ବିଷୟ ଯେ କମ୍ପାନୀ କର୍ତ୍ତୃପକ୍ଷ ତ୍ରିପାକ୍ଷିକ ବୈଠକ ରେ ଗୃହୀତ ପ୍ରସ୍ତାବ କାର୍ୟ୍ୟକାରୀ କରିବା ଦିଗ ରେ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି।

Comments are closed.