ଲୋକ ଉନ୍ନତି ସଂଗଠନ ପକ୍ଷରୁ ତୁରେକେଲା ବିଡିଓଙ୍କୁ ଦାବିପତ୍ର

କଣ୍ଟାବାଞ୍ଜି: ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତୁରେକେଲା ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରେକେଲା ବ୍ଲକର ୫ ଗୋଟି ପଞ୍ଚାୟତକୁ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା, କିଶୋରୀ ବାଳିକାମାନଙ୍କ ପୋଷଣ ଯୋଜନା, ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଭିତ୍ତିଭୂମି ନିର୍ମାଣ, ବିଧବା ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ଓ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ତୁରେକେଲା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଲୋକ ଉନ୍ନତି ସଂଗଠନର ସଂଯୋଜକ ଡୋଲାମଣି ବନଛୋର, ଶରତ ମାଝି, ଦୀଗାମ୍ୱର ବାଗ, ସୁଦର୍ଶନ ବଉକ, ମହେନ୍ଦ୍ର ନାଗ, ପଦ୍ମିନୀ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ବିଡିଓଙ୍କ ଅନୁପସ୍ଥିତିରେ ଜିପିଇଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Comments are closed.