୬ ମାସ ହେଲା ଦରମାରୁ ବଞ୍ଚିତ ଆତ୍ମା କର୍ମଚାରୀ; ନିୟମିତ ଦରମା ଓ ମହଙ୍ଗାଭତ୍ତା ଦାବୀରେ ୨୦ରୁ ସମୂହଛୁଟି

ନବରଙ୍ଗପୁର: ନବରଙ୍ଗପୁର କୃଷି, ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା)ରେ କାର୍ଯ୍ୟରତ କର୍ମଚାରୀମାନେ ନିର୍ଦ୍ଦେଶକ, ରାଜ୍ୟ ନୋଡାଲ ଅଧିକାରୀ, କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଜିଲା ମୁଖ୍ୟ କୃଷି ଅଧିକାରୀ ଟଙ୍କଧର ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ କାର୍ଯ୍ୟରତ ୩୬ ଜଣ କର୍ମଚାରୀ ୬ ମାସ ହେବ ଦରମାରୁ ବଞ୍ଚିତ ହୋଇଛନ୍ତି। କରୋନା ମହାମାରୀ ଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜକୁ ବିପଦ ମୁଖରେ ପକାଇ ସମସ୍ତ ଦାୟୀତ୍ୱ ତୁଲାଇ ଆସୁଛନ୍ତି। ଗତ ୬ମାସ ବିନା ଦରମାରେ ପରିବାର ପ୍ରତିପୋଷଣ ସମସ୍ୟା ଦେଖା ଦେଇଛି। ୨୦୧୨ରୁ କାର୍ଯ୍ୟ କରି ଆସୁଥିବା କର୍ମଚାରୀ ମାନେ ୨୦ ତାରିଖରୁ ସମୂହ ଛୁଟିରେ ରହିବେ। ପିଏମ କିଷାନ, କାଳିଆ, ବଳରାମ, ଇ-ପେଷ୍ଟ, ପ୍ରଧାନମନ୍ତ୍ରୀ ଫସଲ ବୀମା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କୃଷି ଓଡିଶା(ଡାଟାବେସ), ସିଧାସଳଖ ଚାଷୀଙ୍କ ଖାତାକୁ ଅନୁଦାନ ଚଢାଇବା ଭଳି କାର୍ଯ୍ୟ କରି ଆସୁଛନ୍ତି। ଏଟିଏମ, ବିଟିଏ, ଆକାଉଁଣ୍ଟଣ୍ଟକାମକରୁଥିବା କିରାଣି ତଥା କମ୍ପ୍ୟୁଟର ଅପରୋଟର ଭାବେ କାର୍ଯ୍ୟରତ କର୍ମଚାରୀମାନେ ଦରମା ନପାଇ ବହୁ ହଇରାଣ ହେଉଛନ୍ତି। ମହାମାରୀ କରୋନା ସମୟରେ ଦରମା ନପାଇଁ ଜଟିଳତା ଜୀବନ ଯାପନ ମଧ୍ୟରେ ଗତି କରୁଛନ୍ତି। ଏନେଇ କର୍ମଚାରୀମାନେ ନିୟମିତ ପ୍ରତି ମାସରେ ଦରମା ଓ ଟି.ଏ ପ୍ରଦାନ କରାଯିବାକୁ ଦାବୀ କରିଛନ୍ତି। ଏହା ସମେତ ରହିଥିବା ନିୟମ ଅନୁଯାୟୀ ୨୦୧୮ରୁ ପ୍ରତି ବର୍ଷ ୧୦ ପ୍ରତିଶତ ମହଙ୍ଗାଭତ୍ତା ବୃଦ୍ଧି ହେବା କଥା। ତାହା ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ କରାଯାଇଛି। କର୍ମଚାରୀ ବାଳଗୋବିନ୍ଦ ସାହୁ, ରାଜେଶ ମିଶ୍ର, ଅବିନାସ ପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ସଞୟ କୁମାର ପ୍ରଧାନ, ମାନସ ନାୟକ, ସରୋଜ ମହାରଣା, ପ୍ରଦୀପ ମହାପାତ୍ର, ସୁନୀଲ କୁମାର ନାୟକ, ସ୍ମିତାରାଣୀ ମହାନ୍ତି, ମନୋଜ କୁମାର ପ୍ରମୂଖ ଜିଲା ମୁଖ୍ୟକୃଷି ଅଧିକାରୀ ଶ୍ରୀ ସାହୁଙ୍କ ସହ ଆଲୋଚନା କରି ଦାବୀପତ୍ର ପ୍ରଦାନ କରିଛନ୍ତି।

 

 

Comments are closed.