ହରିଣ ପାର୍କ ସ୍ଥାନାନ୍ତରଣ ବିରୋଧରେ ବିଡାନାସୀ ଯୁବ ଶକ୍ତି ପକ୍ଷରୁ ଦାବିପତ୍ର ପ୍ରଦାନ

କଟକ: କଟକରୁ ପୁରାତନ ହରିଣ ପାର୍କକୁ ସମ୍ପୂର୍ଣ୍ଣ ରୂପେ ଚନ୍ଦକାକୁ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବିରୋଧ କରି ବିଡାନାସୀ ଯୁବ ଶକ୍ତି ପକ୍ଷରୁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କୁ ଶୁକବ୍ରାର ଦାବି ପତ୍ର ପ୍ରଦାନ କରାଯାଇଛି। ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତରଣ ନ କରି ଯେତିକି ହରିଣଙ୍କ ରହିବା ସମ୍ଭବ ହୋଇପାରିବ ସେତିକି ହରିଣଙ୍କୁ ନେଇ ପାର୍କ ପୂର୍ବ ଭଳି କାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି ଉପସ୍ଥାପନ କରାଯାଇଛି। ବିଡାନାସୀ ଯୁବ ଶକ୍ତିର ସଭାପତି ଅବିନାଶ ମହାନ୍ତିଙ୍କ ନେତୃତ୍ୱରେ ସନ୍ତୋଷ ଦାସ, ବିଶ୍ୱଜିତ୍ ମହାନ୍ତି, ନୃସିଂହ ପାତ୍ର, ଧନଞ୍ଜୟ ସେଠୀ, ଶରତ ମଲ୍ଲିକ, କମଲ ନାୟକ, ବିଶ୍ବରଂଜନ ସାସ୍ମଲ, ସୁଜିତ୍ ସାସ୍ମଲ୍ ,ଆଶିଷ ମହାନ୍ତି ଓ ପ୍ରଦୀପ୍ତ ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

Comments are closed.