ପଛୁଆବର୍ଗରେ ସାମିଲ୍‍ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ନିଖିଳ ଉତ୍କଳ ଲିଆରୀ, ନିଆରୀ ଓ ଚୁଡ଼ୁତିଆ ଜାତି ତରଫରୁ ସେମାନଙ୍କୁ ପଛୁଆବର୍ଗରେ ସାମିଲ୍‍ ନେଇ ଆଜି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ବହୁ ବର୍ଷଧରି ଏହି ଜାତିର ପୁରୁଷ ଓ ମହିଳା ଚୁଡ଼ା କୁଟିବା, ଲିଆ, ଚଣା, ମୁଡ଼ି ଭାଜି ନିଜର କୌଳିକ ବୃତ୍ତିକୁ ଆପଣେଇ ଯାହା କିଛି ରୋଜଗାର କରିଥାନ୍ତି ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି। ସମସ୍ତ କ୍ଷେତ୍ରରେ ଏହି ଜାତି ଅନ୍ୟ ଜାତି ଠାରୁ ପଛୁଆ ଜାତି ଭାବେ ରହିଛି। କିନ୍ତୁ ଏହି ଜାତିକୁ ସଂରକ୍ଷଣ ବର୍ଗରେ ସାମିଲ୍‍ କରାଯାଉନଥିବାରୁ ସରକାରୀ ସ୍ତରରେ ବିଭିନ୍ନ ସୁବିଧା ସୁଯୋଗରୁ ସଂପୂର୍ଣ୍ଣଭାବେ ବଂଚିତ ହେଉଛନ୍ତି। ଏହି ଜାତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‍ କରି ଅନ୍ୟାନ୍ୟ ପଛୁଆବର୍ଗ ତାଲିକା ଭୁକ୍ତ ପାଇଁ ବିଧାୟକଙ୍କ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି କୃଷ୍ଣ ଚନ୍ଦ୍ର ବେହେରା, ପ୍ରକାଶ ବେହେରା, ରଂଜନ ବେହେରା, ସୁଦର୍ଶନ ବେହେରା, ସଂଜୀବ ବେହେରାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Comments are closed.