ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କୋଭିଡ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରାଯିବାକୁ ଥିବାବେଳେ ଏହାର ପ୍ରତିବାଦରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, କୋଭିଡ ମହାମାରୀ ସମୟରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ୨୫ ପ୍ରତିଶତ କର୍ମଚାରୀଙ୍କୁ ଛାଡି ବାକି ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନିଷ୍ପତି ହୋଇଥିବାରୁ ଏହାକୁ ବିରୋଧ କରି ନିଷ୍ପତିର ପୁନଃବିଚାର କରିବାକୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଯଦି ଛଟେଇ କରାଯିବ ତାହାହେଲେ ସମସ୍ତଙ୍କୁ ଛଟେଇ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି।

Comments are closed.