କର୍ମଚାରୀଙ୍କୁ ସରକାରଙ୍କ ଦଶହରା ଭେଟି: ୪% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି ପାଇଛି। ୪ ପ୍ରତିଶତ ବୃଦ୍ଧି ପରେ ଡିଏ ଏବେ ୩୪%ରୁ ୩୮% ହୋଇଛି। ଏହା ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ କରାଯିବ। କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ବୁଧବାର ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।  ଏହାଦ୍ବାରା ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ।

Comments are closed.