ଆସିଲା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ତଦନ୍ତ ରିପୋର୍ଟ

ମୁମ୍ବାଇ : ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ସାଧାରଣରେ ପ୍ରକାଶ ପାଇଛି। ଦ୍ରୁତ ଗତିରେ ଗାଡ଼ିଚାଳନା ହିଁ ତାଙ୍କ ଦୁର୍ଘଟଣାର କାରଣ ବୋଲି ରିପୋର୍ଟରେ କୁହାଯାଇଛି। ଗତ ସେପ୍ଟେମ୍ବର ୪ ତାରିଖରେ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ସାଇରସଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। କାରଟି ଅଧିକ ଦ୍ରୁତଗତିରେ ଯାଇଥିବା କାରଣରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ କୁହାଯାଇଛି।
ଏନେଇ ମହାରାଷ୍ଟ୍ର ପାଲଘର ଏସ୍‌ପି ବାଲାସାହେବ ପାଟିଲ କହିଛନ୍ତି ଯେ, ତଦନ୍ତ ଜାରି ରହିଛି। ପ୍ରାଥମିକ ବୈଷୟିକ ରିପୋର୍ଟ ଅନୁସାରେ, କାର୍ ଦ୍ରୁତିଗତିରେ ଚଳାଯାଉଥିଲା ବୋଲି ସୂଚନା ମିଳିଛି। ସେହି ସମୟରେ କାର ଗତି ପ୍ରାୟ ଘଣ୍ଟ ପ୍ରତି ୧୦୦ ପାଖାପାଖି ଥିବ। ବେଳେ ଦୁର୍ଘଟଣା ସମୟରେ ଏହା ୮୯ ଥିଲା। ସେପ୍ଟେମ୍ବର ୪ରେ ପାଲଘରଠାରେ ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା ମିସ୍ତ୍ରୀଙ୍କ ମର୍ସିଡିଜ୍ କାର୍‌ ରୋଡ୍ ଡିଭାଇଡର୍ ସହ ଧକ୍କା ହୋଇଥିଲା। କାରରେ ସମୁଦାୟ ଚାରି ଜଣ ଥିଲେ। ଏହି ଦୁର୍ଘଟଣାରେ ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ମିସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ୧୯୬୮ରେ ମୁମ୍ବାଇର ଏକ ପାର୍ସି ପରିବାରରେ ଜନ୍ମଗ୍ରହଣ କରିଥିବା ସାଇରସ ଆୟରଲାଣ୍ଡର ନାଗରିକତା ଗ୍ରହଣ କରିଥିଲେ। ସେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଟାଟା ସନ୍ସର ଅଧ୍ୟକ୍ଷ ଥିଲେ।

Comments are closed.