ସ୍ଥଳଭାଗ ଛୁଇଁଲା ଘୁର୍ଣ୍ଣିବାତ୍ୟା ‘ନିଭାର’

ଚେନ୍ନଇ : ଘୁର୍ଣ୍ଣିବାତ୍ୟା ‘ନିଭାର’କୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ’ ପର୍ଯ୍ୟାୟଭୁକ୍ତ କରାଯିବା ପରେ ଏଥିପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଛି ବାତ୍ୟା ନିଭାର।  ଲ୍ୟାଣ୍ଡଫଲ କରିବା ବେଳେ ଏହା ଅତିଭୀଷଣ ରୂପ ଧାରଣ କରିଥିଲା। ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିଥିବା ଦେଖାଯାଇଛି।  ଏଥିଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଉପକୂଳ ତାମିଲନାଡୁ ଓ ପୁଡୁଚେରୀର ବହୁ ଅଞ୍ଚଳରୁ ୨୪ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତାମିଲନାଡୁ ଗୁରୁବାର ଦିନକୁ ଛୁଟି ଘୋଷଣା କରିଛି।

Comments are closed.