ବାତ୍ୟା ‘ଗୁଲାବ’ ପାଇଁ ସେପ୍ଟେମ୍ବର ୨୭ରେ ବନ୍ଦ ରହିବ ୧୧ଟି ଜିଲାର ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଗୁଲାବ୍‌’କୁ ସ୍ଥିତିକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୧୧ଟି ଜିଲାର ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୨୭(ସୋମବାର) ବନ୍ଦ ରଖିବାକୁ ସରକାର ନିର୍ଦେଶ ଜାରି କରିଛନ୍ତି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ନବରଂଗପୁର ଓ କଳାହାଣ୍ଡି ଜିଲାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଯୋଗାଯୋଗ ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଏପରିକି ଆବଶ୍ୟକ ହେଲେ ସେପ୍ଟେମ୍ବର ୨୮(ମଙ୍ଗଳବାର)କୁ ମଧ୍ୟ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ଜିଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି ନିର୍ଦେଶନାମାରେ କୁହାଯାଇଛି।


ସେହିପରି ବାତ୍ୟା ‘ଗୁଲାବ’କୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୭ ତାରିଖ (ସୋମବାର) ରାଜ୍ୟର ୧୧ଟି ଜିଲାରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ। ଏଥିନେଇ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଯେଉଁ ଜିଲା ଗୁଡ଼ିକରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ ସେଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ନବରଂଗପୁର ଓ କଳାହାଣ୍ଡି।


ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ତାଜା ରିପୋର୍ଟ ଅନୁସାରେ ‘ଗୁଲାବ୍‌’ ଗୋପାଳପୁରଠାରୁ ୧୦୦ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଗତି କରୁଛି। ପ୍ରଶାସିନିକ ଅଧିକାରୀମାନେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତିି। କନିଷି ତହସିଲଦାର ତାପସ ରାଉତ, ସ୍ଥାନୀୟ ଲୋକଙ୍କୁ ବେଳାଭୂମି ନଯିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପଟରେ ପ୍ରଶାସନ ବେଳାଭୂମିକୁ ୨୬ ଓ ୨୭ ତାରିଖ ସାଧାରଣ ଲୋକଙ୍କ ପାଇଁ ବାରଣ କରିଛି। ସେହିପରି ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଉଥିବାରୁ ମତ୍ସଜୀବୀମାନଙ୍କୁ ମଧ୍ୟ ବାରଣ କରାଯାଇଛି।

Comments are closed.